Odisha Link
Bridging the Missing Links in Odisha

ରାଜ୍ୟରେ ମୌସୁମୀର ଛୁଆଁ, ଆଜି ୧୯ ଜିଲ୍ଲାରେ ବର୍ଷା ଆଶଙ୍କା

ମଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

ଓଏଲ୍‌ ବ୍ୟୁରୋ: ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆଗାମୀ ୪ ରୁ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ମୌସୁମୀ ଅଗ୍ରସରକୁ ଲକ୍ଷ୍ୟ ରଖି ଚାଷୀ ଭାଇମାନଙ୍କୁ ଚାଷ କାର୍ଯ୍ୟ ଆରମ୍ଭ ପାଇଁ ସୂଚନା ଜାରି କରାଯାଇଛି।

ଖବର ଅନୁସାରେ, ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଥିଲା। ରାଜଧାନୀରେ କିଛି ସ୍ଥାନରେ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ଯାହାକୁ ଦେଖି ମୌସୁମୀ ଆଗମନ ହେବ ବୋଲି କୁହାଯାଉଛି। ପ୍ରାକ ମୌସୁମୀ ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡ଼ିଶା ଅଗ୍ରସର ହେବାପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କହାଯାଇଛି।

Leave A Reply

Your email address will not be published.