Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଉପଜିଲ୍ଲାପାଳ, ଏକକାଳୀନ ୯ ସ୍ଥାନରେ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ରେଡ୍

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ସରକାରୀ ଅଧିକାରୀ। ସେ ଜଣେ ପ୍ରଶାସନିିକ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ରେଡ୍। ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଥିବା ସୂଚନା ମିଳିଛି।

ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଉପଜିଲ୍ଲାପାଳ ହେଉଛନ୍ତି ପ୍ରଶାନ୍ତ କୁମାର ରାଉତ। ଏକକାଳୀନ ୯ ସ୍ଥାନରେ ରେଡ୍ ଚାଲିଛି। ନବରଙ୍ଗପୁରର ୨ଟି ସ୍ଥାନ, ଭୁବନେଶ୍ୱର, ଭଦ୍ରକ ସମେତ ୯ଟି ସ୍ଥାନରେ ରେଡ୍। ପୂର୍ବରୁ ସମ୍ବଲପୁର ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ହୋଇଥିଲା ଚଢାଉ।

Leave A Reply

Your email address will not be published.