Odisha Link
Bridging the Missing Links in Odisha

ବିଦେଶରେ ମୋଦି, ବିହାରରେ ବିରୋଧୀଙ୍କ ମେଳି 

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଶାସକ ଭାରତୀୟ ଜନତା ପାର୍ଟି ପୁଣିଥରେ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ରରୁ କିପରି ବିଜେପିକୁ ହଟାଯିବ ସେନେଇ ରଣନୀତି କରୁଛନ୍ତି ବିରୋଧି ଦଳ। ପ୍ରଥମ ଥର ପାଇଁ ଭାରତର ରାଜନୈତିକ ଇତିହାସରେ କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି।

୩ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବାବେଳେ ବିହାରରେ ବିରୋଧୀ କରୁଛନ୍ତି ମେଳି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ବିହାରର ପାଟଣାରେ ହେବାକୁ ଥିବା ଏହି ବୈଠକରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଏଥିପାଇଁ ବିହାରରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, କେନ୍ଦ୍ରରେ ଶାସନାଧୀକ ମୋଦି ସରକାରକୁ ଗାଦିରୁ ହଟାଇବାକୁ ବିରୋଧୀ ମାଷ୍ଟର ପ୍ଲାନ କରୁଥିବା ସୂଚନା ରହିଛି। ୫୪୩ ଲୋକସଭା ଆସନରେ ବିଜେପି ବିରୋଧୀରେ ୨୦ ବିରୋଧୀ ଦଳ ମିଶି ଏକକ ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି। ନିଜ ନିଜ ଭିତରେ ବିବାଦ ସତ୍ୱେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛନ୍ତିି ବିରୋଧୀ।

ଆସନ୍ତାକାଲି ପୂର୍ବାହ୍ନରେ ବିହାରର ରାଜଧାନୀ ପାଟନାରେ ହେବ ବିରୋଧୀଙ୍କ ଏହି ମେଳି। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଅଣ-ଏନଡିଏ ଦଳର ନେତା ନବୀନ ପଟ୍ଟନାୟକ, କେସିଆର, ମାୟାବତୀ, ଜଗନ ମୋହନ ରେଡ୍ଡି, ଏଚଡି କୁମାରସ୍ୱାମୀଙ୍କୁ ନିମନ୍ତ୍ରଣ କରାଯାଇନଥିବା ସୂଚନା ମିଳିଛି।

Leave A Reply

Your email address will not be published.