ମୋଦିଙ୍କ ଆମେରିକା ଗସ୍ତକୁ ବିଜେପି ନେତାଙ୍କ କଟାକ୍ଷ

ଓଏଲ୍ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିର ଚାଇନା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ହିଁ ଘେରିଛନ୍ତି ସୁବ୍ରମଣ୍ୟମ ସ୍ବାମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ୍ରେ କହିଛନ୍ତି ଯେ ଚାଇନା କ୍ରମାଗତ ଭାବରେ ଭାରତ ବିରୁଦ୍ଧରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ତଥାପି ଆମେରିକା ଏ ବିଷୟରେ କିଛି କହିନାହିଁ ବା କହୁନାହିଁ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଖାଲି ହାତରେ ଦିଲ୍ଲୀ ଫେରୁଛନ୍ତି ବୋଲି ସେ କହିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇ ସାରିଛି।
ସୁବ୍ରମଣ୍ୟମ କହିଛନ୍ତି, ରଣନୀତିକ ସୁବିଧା ଭାବରେ ପ୍ରଧାନମନ୍ତ୍ରୀ ମୋଦି ଖାଲି ହାତରେ ଦିଲ୍ଲୀ ଫେରୁଛନ୍ତି। ଆମେରିକା ପକ୍ଷରୁ ଭାରତ ବିରୁଦ୍ଧରେ ଚାଇନା ଆକ୍ରୋଶର କୌଣସି ଉଲ୍ଲେଖ ନାହିଁ। ଚାଇନା ଲଦାଖର ୪୦୩୬ ବର୍ଗ କିଲୋମିଟର ଦଖଲ କରିଛି। ଫଟୋ ଦର୍ଶାଉଛି ଯେ ବାଇଡେନ, ମୋଦି ଟାଇଗରକୁ ନିଜ ଅକ୍ତିୟାରକୁ ଆଣିବାକୁ ଚାହୁଁଛନ୍ତି, ତେଣୁ ବୋକା ହୁଅନ୍ତୁ ନାହିଁ।
Modi is returning to Delhi empty handed in strategic gains. No mention by US of Chinese aggression against India despite 4026 sq kms of Ladakh gobbled by China. The Economist in a tongue in cheek front page picture, represents taming of Modi tiger by BIden. So don’t be fooled.
— Subramanian Swamy (@Swamy39) June 22, 2023
ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ସେ ପ୍ରଥମ ଦିନ ୟୁଏନ୍ ମୁଖ୍ୟାଳୟରେ ଯୋଗ ଦିବସ ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୋଦି ବାଇଡେନ୍ ଦମ୍ପତିଙ୍କୁ ଭେଟିବା ସହିତ ତାଙ୍କୁ ବହୁମୂଲ୍ୟ ଉପହାର ପ୍ରଦାନ କରିଛନ୍ତି।
କିଛିଦିନ ତଳେ ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ:
କିଛିଦିନ ତଳେ ସୁବ୍ରମଣ୍ୟମ ସ୍ବାମି ମଣିପୁର ହିଂସା ପ୍ରସଙ୍ଗରେ ଅମିତ ଶାହଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ସମୟ ଆସିଯାଇଛି ମଣିପୁରର ବିଜେପି ସରକାରକୁ ବର୍ଖାସ୍ତ କରି ଆର୍ଟିକିଲ ୩୫୬ ଦ୍ବାରା କେନ୍ଦ୍ରୀୟ ଶାସନ ଲାଗୁ କରାଯାଉ। ଏଥିସହିତ ଅମିତ ଶାହଙ୍କୁ କ୍ରୀଡା ମନ୍ତ୍ରଣାଳୟକୁ ପଠାଇ ଦିଆଯାଉ।