Odisha Link
Bridging the Missing Links in Odisha

ମୌସୁମୀର ଆଗମନ, ରାଜ୍ୟର ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ବର୍ଷା ଜାରି ରହିବ।

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ବର୍ଷା ଜାରି ରହିବ। ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ସୂଚନା ମୁତାବକ, ଗତକାଲି ୨୪ ଘଣ୍ଟାରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଥିଲା। ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୫୨.୫ ମିମି ରେକର୍ଡ ହୋଇଥିଲା। ମୌସୁମୀର ପ୍ରଭାବରେ ଏଭଳି ପାଗ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.