Odisha Link
Bridging the Missing Links in Odisha

୨ ଦିନିଆ ଇଜିପ୍ଟ ଗସ୍ତରେ ପିଏମ୍ ମୋଦି, ଭାରତର ଅର୍ଥବ୍ୟବସ୍ଥା ଉପରେ ବିଶ୍ୱର ନଜର

ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ମୋଦି

ଓଏଲ୍‌ ବ୍ୟୁରୋ: ତିନି ଦିନିଆ ଆମେରିକା ଗସ୍ତ ସାରି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି। କାଏରୋରେ ପୁଲିସ ଯୁଦ୍ଧ ସ୍ମାରକୀସ୍ଥଳ କରିବେ ପରିଦର୍ଶନ। ପ୍ରଥମ ବିଶ୍ବଯୁଦ୍ଧରେ ସହିଦ ଭାରତୀୟ ସୈନିକଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଶେଷ ହୋଇଛି। ୱାଶିଂଟନ୍ ଡିସିର ରୋନାଲ୍ଡ ରିଗନ ସେଣ୍ଟରରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଥିଲେ ମୋଦି।

ଦୁଇ ଦେଶର ସୁଦୃଢ଼ ସଂପର୍କ ଉପରେ ଗୁରୁତ୍ବ ଦେଲେ ମୋଦି। ଭାରତ-ଆମେରିକା ପାର୍ଟନରସିପ୍ ଏକବିଂଶ ଶତାବ୍ଦୀର ବିଶ୍ବକୁ ଶ୍ରେଷ୍ଠ କରିବ। ଆମେରିକା ଭାରତର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ। ଏହି ପାର୍ଟନରସିପ୍‌ରେ ଆପଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଭାରତରେ ପୁଞ୍ଜି ନିବେଶ ପାଇଁ ଏହା ଶ୍ରେଷ୍ଠ ସମୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଆମେରିକାରେ କଂଗ୍ରେସକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଖୁବ ଶୀଘ୍ର ଭାରତ ବିଶ୍ୱର ଚତୁର୍ଥ ଅର୍ଥବୃହତ ଦେଶ ହେବ। ସେ ଯେତେବେଳେ ପ୍ରଥମେ ଆମେରିକା ଗସ୍ତରେ ଯାଇଥିଲେ ସେତେବେଳେ ଭାରତ ୧୦ମ ବୃହତ ଅର୍ଥବ୍ୟବସ୍ଥା ଥିଲା। ଏବେ ତାହା ପଞ୍ଚମରେ ପହଞ୍ଚିଛି। ଆଗାମୀ ଦିନରେ ଏହା ଚତୁର୍ଥ ସ୍ଥାନରେ ରହିବ ବୋଲି କହିଛନ୍ତି ମୋଦୀ।

Leave A Reply

Your email address will not be published.