Odisha Link
Bridging the Missing Links in Odisha

ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ, ଆସନ୍ତାକାଲି ଛୁଟି ସତ୍ତ୍ୱେ ଅନୁଷ୍ଠିତ ହେବ କମନ ପିଜି ଏଣ୍ଟ୍ରାନ୍ସ

ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୩ଟି ସିଟିଂରେ ହେବ ପରୀକ୍ଷା।

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଇଦ ଉଲ ଫିତର ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ୨୯ ତାରିଖରେ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି। ହେଲେ କମନ ପିଜି ଏଣ୍ଟ୍ରାନ୍ସ ହେବ କି ନାହିଁ ଏନେଇ କୌଣସି ପ୍ରକାଶ ପାଇନଥିଲା, ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱରେ ସୃଷ୍ଟି ହୋଇଥିଲା।

ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପକାଇଲା ଉଚ୍ଚଶିକ୍ଷା ବିଭାଗ। ଆସନ୍ତାକାଲି ଛୁଟି ସତ୍ତ୍ୱେ ଅନୁଷ୍ଠିତ ହେବ କମନ ପିଜି ଏଣ୍ଟ୍ରାନ୍ସ। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ୩ଟି ସିଟିଂରେ ହେବ କମନ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।