Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଇସ୍ତଫା ଦେବେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ଟ୍ବିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ମଣିପୁରରେ ଗତ ୫୫ ଦିନରୁ ଅଧିକ ଧରି ହିଂସା ଲାଗିରହିଛି। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଇସ୍ତଫା ଦେବା ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲା। ମଣିପୁରରେ ହିଂସା ଥମୁ ନଥିବାରୁ ଇସ୍ତଫା ଦେବା ସମ୍ଭାବନା ଥିବା କୁହାଯାଉଥିବାବେଳେ ଏହି ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଇସ୍ତଫା ଦେବେନି ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ। ଟ୍ବିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ।

ଖବର ଅନୁସାରେ, ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ସେମାନଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ସୂଚନା ରହିଛି। ସେହିଭଳି ହିଂସା ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀର ଦାମ ଯେଭଳି ଭାବେ ବୃଦ୍ଧି ପାଉଛି ତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ପେଟ୍ରୋଲ, ଏଲପିଜି, ଚାଉଳ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ପୂର୍ବରୁ କହିଥିଲେ।