ଅଡୁଆରେ ବୀରେନ୍ଦ୍ର ଲାକ୍ରା! ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ କରିବାକୁ ନିବେଦନ

ଓଏଲ୍ ବ୍ୟୁରୋ: ଦୀର୍ଘ ଦିନର ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଏଯାଏଁ ସତ ସାମ୍ନାକୁ ଆସିପାରିନାହିଁ। ଏହି ଘଟଣାର ତଦନ୍ତକୁ ନେଇ ତାଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ତଦନ୍ତକୁ ନେଇ ଆନନ୍ଦଙ୍କ ପରିବାର ପୁଣିଥରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ କରିବାକୁ ନିବେଦନ କରିଥିଲେ। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ, କିଛି ମାସ ତଳେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଥିଲା କମିଶନରେଟ ପୁଲିସ୍। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୁଲିସ୍ ଦର୍ଶାଇଥିବା ଜଣା ପଡିଥିଲା। ପୂର୍ବରୁ ଆନନ୍ଦଙ୍କ ହତ୍ୟା ମାମଲାରେ ବିରେନ୍ଦ୍ର ଲାକ୍ରା ଏବଂ ତାଙ୍କର ଜଣେ ମହିଳା ବାନ୍ଧବୀ ସଂପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ତେବେ ପୁଲିସ ରିପୋର୍ଟ କ୍ରମେ ବିରେନ୍ଦ୍ର ଲାକ୍ରା ନିର୍ଦ୍ଦୋଷ ବୋଲି ପ୍ରମାଣ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା।