Odisha Link
Bridging the Missing Links in Odisha

ଓଟିପି ସେୟାରିଂ ମାମଲା: ଭୁବନେଶ୍ବରରେ ଏନ୍‌ଆଇଏ ଟିମ୍; କରିବ ଛାନ୍‌ଭିନ୍

ଓଏଲ୍‌ ବ୍ୟୁରୋ: ଖୋଲିବ ଓଟିପି ସେୟାରିଂ ସ୍କାମର ଗୁମର। ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କର ଖୋଲତାଡ଼ କରିବ ଏନ୍‌ଆଇଏ। ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଓଟିପି ସେୟାର ମାମାଲାର ଛାନ୍‌ଭିନ୍‌ କରିବା ସହ ଅଭିଯୁକ୍ତ ଅଭିଜିତ୍‌କୁ ବି କରିବ ପଚରାଉଚରା।

ଅନ୍ୟପଟେ ଭୁବନେଶ୍ୱରରେ ଅଭିଯୁକ୍ତ ଅଭିଜିତକୁ ଜେରା କରୁଛି ମହାରାଷ୍ଟ୍ର ଏଟିଏସ୍। ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି। ଗିରଫ ଅଭିଜିତର ପାକିସ୍ତାନ, ଆଇଏସଆଇ ଓ ନାଇଜେରିଆ ଲିଙ୍କ ସାମ୍ନାକୁ ଆସିଛି। ତେଣୁ ଆତଙ୍କୀଙ୍କ ସହ ସମ୍ପର୍କ ସନ୍ଦେହରେ ଗୁଡେଇ ତୁଡେଇ ପଚରା ଉଚରା କରାଯାଉଛି। ବର୍ତ୍ତମାନ ଏନ୍‌ଆଇଏର ଏକ ଟିମ୍‌ ଭୁବନେଶ୍ବରରେ ପହଞ୍ଚିଛି।

ସେପଟେ ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ଏଟିଏସ୍‌ର ୩ ଅଫିସର ଏବଂ ଇଣ୍ଟେଲିଜେନସ୍‌ ବ୍ୟୁରୋ (ଆଇବି)ର ୨ ଅଫସିର ପୁନେରୁ ଧରାପଡ଼ିଥିବା ସଞ୍ଜୟ ଜମ୍ବୁରେକୁ ମାରାଥନ ଜେରା କରିଛନ୍ତି। ତା ଜରିଆରେ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଓ ଗୁପ୍ତଚରଙ୍କ ଚେର ଖୋଜା ଚାଲିଛି।

ଏବେ ସଞ୍ଜୟଙ୍କ ଏନ୍‌ଆଇଏ ଅଧିକାରୀ ମାନେ ଜେରା କରିବେ। ଅନ୍ୟ ଅଭିଯୁକ୍ତ ଅଭିଜିତକୁ ମଧ୍ୟ ଜେରା କରିବ ଏନ୍‌ଆଇଏ। ପାକିସ୍ତାନର ଡାନିସ ଓରଫ ସୟଦ ଡାନିସ ଅଲ୍ଲୀ ଓ ଖୁରାମ ଓରଫ ଅବଦୁଲ ହମିଦ ସହିତ ସଞ୍ଚୟର ଲିଙ୍କ ଥିଲା।

Leave A Reply

Your email address will not be published.