Odisha Link
Bridging the Missing Links in Odisha

ପରଲୋକରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତ। ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଅନ୍ତିମ ସମୟରେ ପତ୍ନୀ ପୁଷ୍ପଲତା ରାଉତ, ପୁଅ ପ୍ରତିଷ୍ଠ ରାଉତ, ଝିଅ ପ୍ରାଚ୍ୟୁର୍ଯ୍ୟା ରାଉତଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

୧୬ ତାରିଖ (ରବିବାର) ସକାଳେ କନିକାଛକରେ ଏକ ଦୁର୍ଘଟଣାରେ ପ୍ରବୋଧ ରାଉତ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପରଲୋକ ଖବର ପାଇଁ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଶ୍ରୀ ରାଉତ ୧୯୭୧ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଗୋପାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ରାଉତ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ, ସମବାୟ ପରିଚାଳନା ଓ ରପ୍ତାନି ପରିଚାଳନାରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ବାଲିଆ କଲେଜରେ ସ୍ବଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ବରରେ ଦକ୍ଷତାର ସହ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Leave A Reply

Your email address will not be published.