Odisha Link
Bridging the Missing Links in Odisha

ଅଲୋଡ଼ା ହେଲା ଶିଶୁକନ୍ୟା! ପୋଲ ତଳୁ ଉଦ୍ଧାର ହେଲା କନ୍ୟା ସନ୍ତାନ

ଏକ ଅଖା ବସ୍ତାରେ ଗୁଡ଼ା ହୋଇ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି।

ଓଏଲ୍‌ ବ୍ୟୁରୋ: ଆଜି ବି କଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ଭୁବନେଶ୍ୱର ନନ୍ଦନକାନନ ନିକଟରୁ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ନନ୍ଦନକାନନ ଥାନା ସମ୍ମୁଖ ପୋଲ ତଳୁ ନବଜାତ କନ୍ୟା ସନ୍ତାନ ଠାବ କରାଯାଇଛି। ଏକ ଅଖା ବସ୍ତାରେ ଗୁଡ଼ା ହୋଇ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି। ତେବେ ସେଠାରେ ତାକୁ କିଏ ପକାଇଲା ଏପର୍ଯ୍ୟନ୍ତ ଜଣାପଡ଼ିନି। ଏନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।