ପିଛା ଛାଡ଼ୁନି ଦୁର୍ଘଟଣା: ଓଲଟିଲା ତୀର୍ଥଯାତ୍ରୀ ବସ୍, ୨୫ରୁ ଅଧିକ ଆହତ

ଓଏଲ୍ ବ୍ୟୁରୋ: ପିଛା ଛାଡ଼ୁନି ଦୁର୍ଘଟଣା। କେତେବେଳେ ସଡକ ଦୁର୍ଘଟଣା ତ କେତେବେଳେ ରେଳ ଦୁର୍ଘଟଣା, ଯାହା କିଛି ଦିନ ଚିନ୍ତାର ବିଷୟ ପାଲଟିଛି। ଭଦ୍ରକ ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଥିବା ଆଉ ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ୭୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ଘରୋଇ ବସ ଦୁର୍ଘଟଣା ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭାରସାମ୍ୟ ହରାଇ ବସ୍ ଓଲଟିବା ଫଳରେ ୨୫ ଯାତ୍ରୀ ଆହତ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ତ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।