Odisha Link
Bridging the Missing Links in Odisha

ଜ୍ଞାନବ୍ୟାପି ମସଜିଦ ପ୍ରସଙ୍ଗ: ଏଏସ୍‌ଆଇ ସର୍ଭେ ଉପରେ ଲାଗିଲା ସାମୟିକ ରୋକ

ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଲା ଜ୍ଞାନବ୍ୟାପି ମସଜିଦ ମାମଲା। ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି। ଏଏସଆଇକୁ ତୁରନ୍ତ କାମ ବନ୍ଦ କରବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି।

ଖବର ଅନୁସାରେ, ଜ୍ଞାନବ୍ୟାପି ମସଜିଦ ଏଏସ୍‌ଆଇ ସର୍ଭେ ନେଇ ନିର୍ଦ୍ଦେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି। ଏହି ସମୟ ମଧ୍ୟରେ ମୁସଲିମ ପକ୍ଷଙ୍କୁ ଆବେଦନ ପାଇଁ ପରାମର୍ଶ ଦିଆଯାଇଛି। ଏହି ଅବଧି ମଧ୍ୟରେ ମୁସଲିମ ପକ୍ଷ ହାଇକୋର୍ଟ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ସର୍ବେକ୍ଷଣ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମସଜିଦ ପରିିଚାଳନା କମିଟି ମାମଲା ଦାୟର କରିଥିଲା।

Leave A Reply

Your email address will not be published.