Odisha Link
Bridging the Missing Links in Odisha

ଚଳନ୍ତା ଟ୍ରେନରେ ଗୁଳିମାଡ଼; ବନ୍ଧା ହେଲେ ଆରପିଏଫ କନେଷ୍ଟବଳ 

ଓଏଲ୍‌ ବ୍ୟୁରୋ: ଜୟପୁର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନରେ ଗୁଳିକାଣ୍ଡ। ଚଳନ୍ତା ଟ୍ରେନ୍‌ରେ ଜଣେ କାର୍ଯ୍ୟରତ ଆରପିଏଫ୍‌ ପୁଲିସ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ଜୀବନ ଚାଲିଯାଇଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍‌ ଏଏସ୍‌ଆଇଙ୍କ ସହ ୩ଜଣ ଯାତ୍ରୀ ରହିଛନ୍ତି। ଆତତୀୟ ଆରିପିଏଫ୍‌ କନଷ୍ଟେବଳ ଚେତନକୁ ତୁରନ୍ତ ବାନ୍ଧିଛି ମୁମ୍ବାଇ ପୁଲିସ।

ଏନେଇ ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ତେବେ ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି। ଜୟପୁର-ମୁମ୍ବାଇ ଟ୍ରେନଟି ସକାଳେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ ଅଚାନକ କନଷ୍ଟେବଳ ଚେତନ ଆଖି ବୁଜା ଗୁଳିମାଡ଼ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବିକ, ଜୟପୁର-ମୁମ୍ବାଇ ଟ୍ରେନରେ ଆରିପିଏଫ୍‌ କନେଷ୍ଟବଳ ଚେତନ ଡ୍ୟୁଟି କରୁଥିଲେ। ସେ ପ୍ରଥମେ ନିଜ ପାଖରେ ବସିଥିବା ଏଏସ୍‌ଆଇ ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ କନଷ୍ଟେବଳ ଚେତନଙ୍କ ଆଖିବୁଜା ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀ ଆଖି ବୁଜିଛନ୍ତି। ଗୁଳି ଶବ୍ଦ ଶୁଣି ବଗିରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ।

ଗୁଳି ମାଡ଼ କରିବା ପରେ ଅଭିଯୁକ୍ତ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଛି। ବୋରିବଲି ରେଲୱେ ଷ୍ଟେଶନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.