Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଓଏଏସ୍‌ ପରୀକ୍ଷା ଫଳ; ସୁଦେବ କୁମାର ପୃଷ୍ଟି ଟପ୍ପର

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଲା। ସୁଦେବ କୁମାର ପୃଷ୍ଟି ଓଏଏସ୍‌ ଟପ୍ପର ହୋଇଛନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ରଞ୍ଜନ ସାହୁ ରହିଛନ୍ତି। ଟପ୍‌ -୧୦ ଭିତରେ ୫ ପୁଅ ଓ ୫ ଝିଅ ସ୍ଥାନ ପାଇଛନ୍ତି। ଚଳିତଥର ୧୬୪ ଝିଅଙ୍କ ସହ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

ତାରିକାର ୪ର୍ଥ ସ୍ଥାନରେ ବୈଶାଖୀ ଲେଙ୍କା, ୫ମରେ ଶ୍ବତଲିନା ମାହାନା, ୬ଷ୍ଟରେ ଅଗ୍ନିଜା ଶିବଦତ୍ତା, ୭ମରେ ସନ୍ତୋଷ କୁମାର ପାତ୍ର, ୮ମରେ ମୀମାଂସା ସାହୁ, ୯ମରେ ବିନ୍ଦୁ ବଳୟ ରାଉତରାୟ ଓ ୧୦ମ ସ୍ଥାନରେ ସୌମ୍ୟରଞ୍ଜନ ମହାପାତ୍ର ରହିଛନ୍ତି।

Leave A Reply

Your email address will not be published.