Odisha Link
Bridging the Missing Links in Odisha

ରାୟଗଡ଼ା କଲଭର୍ଟ ଭୁଶୁଡ଼ି ୫ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ସକାଳେ ରାୟଗଡ଼ା କଲ୍ୟାଣସିଂହପୁର ନିକଟରେ ଏକ ନିର୍ମାଣଧିନ କଲଭର୍ଟ ଛାତ ଭୁଶୁଡ଼ିଯିବାରୁ ସକାଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି। ଏହି ଅଭାବନୀୟ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଏପରିକି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତକମାନେ ହେଲେ ୩୨ ବର୍ଷୀୟ ଲାଛିନ୍ଦ୍ରନ ମିଣିଆକା, ପୁଅ ପିନିୟନ୍ସ ମିଣିଆକା, ୭ ବର୍ଷୀୟ ମନୋଜ କୁଲିସିରା, ୫ ବର୍ଷୀୟ ଚୁମାନ ମିଣିଆକା ଓ ୯ ବର୍ଷର ତାରା ମିଣିଆକା । ଘଟଣାସ୍ଥଳରେ ତହସିଲଦାର, ଏସପି ପହଞ୍ଚିଛନ୍ତି ।

Leave A Reply

Your email address will not be published.