Odisha Link
Bridging the Missing Links in Odisha

୧୦ ମାସ ପରେ ଦଳକୁ ଫେରିଲେ, ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ନେବେ ଦଳର ନେତୃତ୍ବ

ଓଏଲ୍‌ ବ୍ୟୁରୋ: ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ। ୧୦ ମାସ ପରେ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତି ବୁମରା। ଏଥିସହିତ ତାଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ଅଧିନାୟକ ଦାୟିତ୍ବ ଦେଇଛି ବିସିସିଆଇ। ସବୁଠୁ ବଡ଼ କଥା ଦଳର ପ୍ରମୁଖ ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି। ବିଶେଷକରି ଏସିଆନ୍‌ ଗେମ୍ସ ପାଇଁ ଘୋଷଣା ହୋଇ ସାରିଥିବା ଭାରତୀୟ ଦଳର ଖେଳାଳିଙ୍କୁ ଏହି ସିରିଜରେ ସୁଯୋଗ ଦିଆଯାଇଛି।

ଆଜି ବିସିସିଆଇ ଘୋଷଣା କରିଥିବା ୧୫ ଜଣିଆ ଦଳରେ ୪ ଜଣ ବ୍ୟାଟସମ୍ୟାନ୍, ୩ ଜଣ ଅଲରାଉଣ୍ଡର, ୨ ଜଣ ଓ୍ବିକେଟ କିପରି ବ୍ୟାଟସମ୍ୟାନ୍‌ ଓ ୬ ଜଣ ବୋଲର ରହିଛନ୍ତି। ଦଳର ଅଧିନାୟକ ପଦ ଯଶପ୍ରୀତ ବୁମରାଙ୍କୁ ମିଳିଥିବା ବେଳେ ଉପଅଧିନାୟକ ପଦ ଋତୁରାଜ ଗାଏକଓ୍ବାଡ ସମ୍ଭାଳିବେ।

ଆୟର୍ଲାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ର ସିରିଜ୍ ୧୮ ଅଗଷ୍ଟରୁ ଆରମ୍ଭ ହେବ। ସିଆ କପକୁ ଦୃଷ୍ଟିରେ ରଖି ଆୟର୍ଲାଣ୍ଡ ଗସ୍ତରୁ ସମସ୍ତ ବଡ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ସିରାଜ ଭଳି ପ୍ରମୁଖ ଖେଳାଳି ଏହି ସିରିଜରେ ନଜର ଆସିବେ ନାହିଁ ।

ଭାରତୀୟ ଦଳ: ଜସପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଇକୱାଡ, ଯଶସ୍ୱୀ ଜୌସୱାଲ, ତିଲକ ଭର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ, ଜିତେଶ ଶର୍ମା, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରୀଷ୍ଣା, ଅର୍ଶଦୀପ ସିଂ, ମୁକେଶ କୁମାର

Leave A Reply

Your email address will not be published.