Odisha Link
Bridging the Missing Links in Odisha

ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୫ ଗୁରୁତ୍ୱପୂର୍ଣ୍ଣ

ଓଏଲ୍‌ ବ୍ୟୁରୋ: ପୃଥିବୀ କକ୍ଷ ଛାଡ଼ିଲା ଚନ୍ଦ୍ରଯାନ-୩। ସୋମବାର ବିଳମ୍ବତି ରାତିରେ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩। ଟ୍ରାନ୍ସ ଲୁନାର ଇଞ୍ଜେକସନ (ଟିଏଲଆଇ) ଦ୍ବାରା ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଛି। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା।ଅଗଷ୍ଟ-୫ ତାରିଖରେ ମହାକାଶଯାନ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଅଗଷ୍ଟ ୨୩ କିମ୍ବା ୨୪ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଚନ୍ଦ୍ରଯାନ-୩ର ଦୂରତା ପୃଥିବୀ ଠାରୁ ୨୩୬ କିଲୋମିଟର ଦୂରରେ ରହିଥିବା ବେଳେ ଇଞ୍ଜିନକୁ ଚାଲୁ କରାଯାଇଥିଲା। ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ରହିଛି। ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ୧୪ ଦିନ ଯାଏଁ ସେଠାରେ ଘୁରିବ। ପ୍ରପଲସନ୍ ମଡ୍ୟୁଲ ଚନ୍ଦ୍ର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ବିକିରଣର ଅଧ୍ୟୟନ କରିବ। ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଏହା ଚନ୍ଦ୍ରର କକ୍ଷପଥରେ ଘୂରିବ।

ଚନ୍ଦ୍ରଯାନରେ ରହିଛି ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟ ସମୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୩।

ଚନ୍ଦ୍ରଯାନ-୩ରେ ଓଡ଼ିଶାର ଯୋଗଦାନ:

ଭାରତର ତୃତୀୟ ଚନ୍ଦ୍ର ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରଯାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଥିଲା।

Leave A Reply

Your email address will not be published.