Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ରକ୍ତ ଛିଟା, ବଡ଼ଦେଉଳରେ ହେଲା ବଡ଼ ମହାସ୍ନାନ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ରକ୍ତ ଛିଟା। ଧୁକୁଡି ଦ୍ଵାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ରକ୍ତ ଛିଟା ପଡ଼ିବାରୁ ବଡ଼ଦେଉଳରେ ବଡ଼ ମହାସ୍ନାନ ହୋଇଛି। ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ବଡ଼ ମହାସ୍ନାନ ହୋଇଛି। ଚୂନପାଣି ପଡ଼ି ଧୁଆଧୋଇ ପରେ ନୀତିକାନ୍ତି ପୂର୍ବ ଭଳି ଚାଲିବ ବୋଲି ଜଣା ପଡିଛି। ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।