Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପାଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିଛି। ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିଶ କରିଛି। ତେବେ ଏ ନେଇ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଏହା ସହ ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ଉଚ୍ଚସ୍ତରୀୟ ଟିମ୍‌ ହେବ। ଟିମ୍‌ର ମୁଖ୍ୟ ହେବେ ସୁପ୍ରିମ୍‌କୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥାର ଟିମ୍‌ ତଦାରଖ କରିବ। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି ଦେବା ସହ ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ କରାଯିବ ବୋଲି ସୂଚନା ରହିଛି ।