ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି: ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ

ଓଏଲ୍ ବ୍ୟୁରୋ: ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ କରାଯିବ। ଏହି ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ନ କରି ସିଧାସଳଖ ଲୋକଙ୍କଠାରୁ ରାଜ୍ୟ ସରକାର ଜମି କିଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ୍ଚ ୧୧, ୧୨ରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ ବେଳେ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏହି ରେଳ ଓଭରବ୍ରିଜ ମାଧ୍ୟମରେ ଅନେକ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି।