ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ ଏଆରସି, ଖର୍ଚ୍ଚ ହେବ ୨୭ରୁ ୩୦ କୋଟି ଟଙ୍କା
ଓଏଲ୍ ବ୍ୟୁରୋ: ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବାକୁ ଯାଉଛି କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର। ଯାହା ଦ୍ୱାରା ଏଣିକି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବନି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଡଭାନ୍ସଡ ରିହାବିଲିଟେସନ ବା ଏଆରସି ଖୋଲାଯିବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାରେ ଏଆରସି ଖୋଲିବ। ପ୍ରତି ଜିଲ୍ଲାରେ ୨୭ରୁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।