Odisha Link
Bridging the Missing Links in Odisha

ଚଦ୍ରପୃଷ୍ଠକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ, ପ୍ରଜ୍ଞାନରେ ଲାଗିଛି ସଲ୍‌ଫର୍‌

ଓଏଲ୍‌ ବ୍ୟୁରୋ: ଚଦ୍ରପୃଷ୍ଠକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ତଥ୍ୟ। ଚନ୍ଦ୍ର ପୃଷ୍ଠରେ ସଲ୍‌ଫର୍‌ ଥିବା ନେଇ ଆଉ ଏକ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି। ରୋଭର ପ୍ରଜ୍ଞାନ ଦେହରେ ଲାଗିଥିବା ଅନ୍ୟ ଏକ ଯନ୍ତ୍ରାଂଶରୁ ସ୍ପଷ୍ଟ ହୋଇଛି। ସଲ୍‌ଫର୍‌ ଥିବା ସ୍ପଷ୍ଟ କଲା ଆଲ୍‌ଫା ପାର୍ଟିକିଲ୍‌ ଏକ୍ସ-ରେ ସ୍ପେକଟ୍ରୋସ୍କୋପ୍‌। ଏହି ଯନ୍ତ୍ରାଂଶ ଦ୍ୱାରା ସଲ୍‌ଫର୍ କେମିତି ଆସିଲା ଜାଣିବାକୁ ସହଜ ହେବ। ପ୍ରାରମ୍ଭରୁ ଅଛି ନା ଆଗ୍ନେୟ ଉଦ୍‌ଗିରଣରୁ ନା ଗ୍ରହାଣୁ ମାଡ଼ରୁ ସୃଷ୍ଟି, ସ୍ପଷ୍ଟ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।

ସୂଚନା ଅନୁସାରେ, ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ଏହା ପରେ ମିଶନ ଚନ୍ଦ୍ରୟାନ-୩କୁ ନେଇ ଇସ୍ରୋ ଟ୍ୱିଟ୍‌ କରିଥିଲା।

ଲ୍ୟାଣ୍ଡରରୁ ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବା ପାଇଁ ରୋଭର ଘୁରି ବୁଲୁଛି। ଚନ୍ଦ୍ର ପୃଷ୍ଠରେ ଚାଲିବା ବେଳେ ଗାତରେ ପଡ଼ିଥାନ୍ତା ରୋଭର ପ୍ରଜ୍ଞାନ୍‌। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତରେ ପଡ଼ିଥାନ୍ତା। ତେବେ ରାସ୍ତାରେ ପଡୁଥିବା ଗାତକୁ ଚିହ୍ନି ପାରି ବାଟ ବଦଳାଇ ରୋଭର ପ୍ରଜ୍ଞାନ୍‌ ପୁଣି ଆଗକୁ ବଢ଼ିଥିଲା।