Odisha Link
Bridging the Missing Links in Odisha

ଏଲନ୍‌ ମସ୍କଙ୍କ ବଡ଼ ଘୋଷଣା, ‘ଏକ୍ସ’ରେ କରି ହେବ ଅଡିଓ ଏବଂ ଭିଡିଓ କଲ୍‌

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଆ ଟୁଇଟର କରି ହେବ ଅଡିଓ ଏବଂ ଭିଡିଓ କଲ୍‌। ‘ଏକ୍ସ’ ବା ପୂର୍ବର ଟ୍ୱିଟରରେ ଅଡିଓ ଏବଂ ଭିଡିଓ କଲ୍‌ ସୁବିଧା ନେଇ ‘ଏକ୍ସ’ ମୁଖ୍ୟ ଏଲନ୍‌ ମସ୍କ ସୂଚନା ଦେଇଛନ୍ତି। ନିଜ ‘ଏକ୍ସ’ ହ୍ୟାଣ୍ଡେଲ ଜରିଆରେ ଏଲନ୍‌ ମସ୍କ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଅଡିଓ, ଭିଡିଓ କଲ୍ ପାଇଁ ଫୋନ୍‌ ନମ୍ବର ଆବଶ୍ୟକ ନାହିଁ। ଖୁବ୍‌ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ ବୋଲି ମସ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.