Odisha Link
Bridging the Missing Links in Odisha

ସେପ୍ଟେମ୍ବର ୧୮ରୁ ସଂସଦର ବିଶେଷ ଅଧିବେଶନ

ଓଏଲ୍‌ ବ୍ୟୁରୋ: ବିରୋଧୀ ଦଳ ନେତା ମାନେ ଦେଶରେ ଆଗୁଆ ନିର୍ବାଚନ ହେବା ନେଇ ବାରମ୍ବାର ମତ ରଖୁଥିବା ବେଳେ ଆଜି କେନ୍ଦ୍ର ସରକାର ସଂସଦର ବିଶେଷ ଅଧିବେଶନ ଡାକିଛନ୍ତି। ଯାହାକୁ ନେଇ ଆଗୁଆ ନିର୍ବାଚନ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେପ୍ଟେମ୍ବର ୧୮ରୁ ୨୨ ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ବସିବ। ଏପରି ହଠାତ୍‌ ୫ ଦିନିଆ ଅଧିବେଶନ ଡାକିବାର ପଛର କାରଣ ଜଣାପଡ଼ିନାହିଁ। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଶେଷ ଅଧିବେଶନ ବସିବାକୁ ଯାଉଥିବା ଏକ୍ସରେ ସୂଚନା ଦେଇଛନ୍ତି।

ପ୍ରହ୍ଲାଦ ଯୋଶୀ କହିଛନ୍ତି, ସଂସଦର ସ୍ୱତନ୍ତ୍ର ଅଧିବେଶ(୧୭ତମ ଲୋକସଭାର ୧୩ତମ ଅଧିବେଶ ଓ ରାଜ୍ୟସଭାର ୨୬୧ତମ ଅଧିବେଶନ) ସେପ୍ଟେମ୍ବର ୧୮ରୁ ୨୨ ଯାଏ ଡକା ଯାଉଛି। ଏଥିରେ ୫ଟି କାର୍ଯ୍ୟ ଦିବସ ରହିବ। ଅମୃତ କାଳରେ ବସିବାକୁ ଯାଉଥିବା ଅଧିବେଶନରେ ଗଠନ ମୂଳକ ଆଲୋଚନା ଓ ବିତର୍କ ହେବେ ବୋଲି ଆଶା।

ସରକାର ଯେଉଁ ୫ ଦିନିଆ ଅଧିବେଶନ ଡାକିଛନ୍ତି ତାର ଏଜେଣ୍ଡା ସାର୍ବଜନୀନ କରିନାହାନ୍ତି। ଲୋକସଭା ଓ ରାଜ୍ୟସଭାର ଯୁଗ୍ମ ଅଧିବେଶନ ମଧ୍ୟ ବସିବାର କାର୍ଯ୍ୟକ୍ରମ ନାହିଁ। ୫ ଦିନିଆ ଅଧିବେଶନରେ ସରକାର କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଣିବାର ସମ୍ଭବନା ନଥିବା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସମ୍ବିଧାନର ଧାରା ୮୫ ମୁତାବକ ଜରୁରୀ ଅଧିବେଶନ ଡାକିବାର ପ୍ରାବଧାନ ରହିଛି। ଏହି କ୍ରମରେ ସରକାରଙ୍କର ଜରୁରୀ ଅଧିବେଶନ ଡାକିବାର କ୍ଷମତା ରହିଛି। ସେପଟେ କାହିଁକି ଜରୁରୀ ବୈଠକ ଡକାଯାଇଛି ସେନେଇ କିଛି ସୂଚନା ମିଳିନାହିଁ। ଦିଲ୍ଲୀରେ ଜି-୨୦ ବୈଠକ ସେପ୍ଟେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଏହି ବୈଠକ ବସିବ।

Leave A Reply

Your email address will not be published.