Odisha Link
Bridging the Missing Links in Odisha

ବିଶ୍ୱକପ୍‌ ୨୦୨୩: ଆସନ୍ତା ୧୪ ଅକ୍ଟୋବରରେ ଭାରତ-ପାକ୍ ମହାମୁକାବିଲା

ଓଏଲ୍‌ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ତେବେ ବିଶ୍ୱକପ କ୍ରିକେଟ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। କ୍ରିକେଟ ବିଶ୍ୱକପ ପାଇଁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛନ୍ତି। ତେବେ ଆସନ୍ତା ଅକ୍ଟୋବର ୫ରେ ବିଶ୍ଵକପ ଆରମ୍ଭ ହେବାକୁ ଥିବାବେଳେ ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମହା ମୁକାବିଲା ହେବ।

ସୂଚନା ଅନୁସାରେ, ଚଳିତ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତୀୟ ଦଳ। ଟିମରେ ରୋହିତ ଶର୍ମା ଅଧିନାୟକ, ହାର୍ଦ୍ଦିକ ପାଣ୍ଡ୍ୟା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଇଶାନ କିଷନ, ଶ୍ରେୟସ୍‌ ଆୟର, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ୍‌ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ସୂର୍ଯ୍ୟୁକୁମାର ଯାଦବ।

Leave A Reply

Your email address will not be published.