ମିଶନ ଆଦିତ୍ୟ ଏଲ୍-୧: ଇସ୍ରୋକୁ ମିଳିଲା ଆଉ ଏକ ସଫଳତା
ଓଏଲ୍ ବ୍ୟୁରୋ: ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସାଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଥିଲା। ଅପେକ୍ଷାର ଅନ୍ତ ଘଟାଇ ଲଞ୍ଚ ହୋଇଛି ଆଦିତ୍ୟ-ଏଲ-୧। ଇସ୍ରୋର ମିଶନ୍ ସନ୍ ବା ସୂର୍ଯ୍ୟ ଯାତ୍ରା ଆରମ୍ଭ ହୋଇଯାଇଛି।
ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ଆଦିତ୍ୟ-ଏଲ-୧ ମିଶନ ୨ୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ସଫଳ ହୋଇଛି। ନୂଆ ଅର୍ବିଟର ୨୮୨ କିମି X ୪୦୨୨୫ କିମିରେ ଆଦିତ୍ୟ-ଏଲ-୧ ପ୍ରବେଶ କରିଛି। ସେପ୍ଟେମ୍ବର ୧୦ରେ ତୃତୀୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ପ୍ରବେଶ କରିବ ବୋଲି ଆଶା କରାଯାଉଛି। ତେବେ ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।
Aditya-L1 Mission:
The second Earth-bound maneuvre (EBN#2) is performed successfully from ISTRAC, Bengaluru.ISTRAC/ISRO's ground stations at Mauritius, Bengaluru and Port Blair tracked the satellite during this operation.
The new orbit attained is 282 km x 40225 km.
The next… pic.twitter.com/GFdqlbNmWg
— ISRO (@isro) September 4, 2023