ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମୀ। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ କର୍ମୀ ଜଣକ ହେଉଛନ୍ତି ଜଣେ ସହକାରୀ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢୁଅ ଚାଲିଛି। ବାରିପଦା ପିଏଚ୍ ଡିଭିଜନ-୧ର ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ବଡ଼ସାହି ପୈତୃକ ଘର, ଅଫିସ୍ରେ ରେଡ୍ ଚାଲିଛି।