Odisha Link
Bridging the Missing Links in Odisha

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବାବେଳେ ହାର ଆଶା ଆଶଙ୍କା ବଢ଼ିବାରେ ଲାଗିଛି। ଆଜି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ଖାରବେଳ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ନିର୍ବାଚନ କମିଶନ ଟିମ୍ ଗତ କାଲି ସନ୍ଧ୍ୟାରେ ଆସିଥିଲେ । ନିର୍ବାଚନ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର ନିର୍ବାଚନ ଆୟୋଗ ଟିମ ସମୀକ୍ଷା କରିବ। ଖାରବେଳ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଟିମ୍ ସହ ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି। ଭୋଟର ତାଲିକା ପ୍ରସ୍ତୁତି ଉପରେ ଆଜି ବୈଠକରେ ଆଲୋଚନା ହେବା ନେଇ ସୂଚନା ରହିଛି।