Odisha Link
Bridging the Missing Links in Odisha

୨୧ ନୁହେଁ ୨୨ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ

ଓଏଲ୍‌ ବ୍ୟୁରୋ: କଂଗ୍ରେସ ଓ ବିଜେପିର ନିର୍ବାଚନ ବର୍ଜନ ପରେ ଦିନକ ପାଇଁ ଘୁଞ୍ଚିଲା ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ। ୨୧ ତାରିଖ ସକାଳ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ରେ ହେବ ହେବ ନିର୍ବାଚନ।

ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମାଙ୍କନ ଦାଖଲ କରାଯାଇଥିଲା। ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ନେଇ ସୂଚନା ମିଳିଛି। ବାଚସ୍ପତି ନିର୍ବାଚନ ବର୍ଜନ ଘୋଷଣା କରିଥିଲେ କଂଗ୍ରେସ,ବିଜେପି। ନିର୍ବାଚନ ଘୁଞ୍ଚାଇବା ଦାବିରେ ବର୍ଜନ ପାଇଁ ଘୋଷଣା କରିଥିଲେ।

କଂଗ୍ରେସ ଓ ବିଜେପି ବିଧାୟକମାନେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିଥିଲେ। ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଥିବା ବେଳେ ସରକାର ସେହି ସମୟରେ ଅର୍ଥାତ୍ ତା’ ପରଦିନ ବାଚସ୍ପତି ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବିରୋଧ କରିଥିଲେ। ଏହା ପଶ୍ଚିମ ଓଡ଼ିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ପ୍ରତିଫଳନ ବୋଲି ସେମାନେ କହିଥିଲେ।

Leave A Reply

Your email address will not be published.