Odisha Link
Bridging the Missing Links in Odisha

ବୁଡ଼ିଲା ମା’ ଭଟ୍ଟାରିକା ମନ୍ଦିର, ମା’ ହେଲେ ସ୍ଥାନାନ୍ତର

ଓଏଲ୍‌ ବ୍ୟୁରୋ: ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଫୁଲିବାରେ ଲାଗିଛି ମହାନଦୀ। ଯାହାଫଳରେ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି। ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ମା’ଙ୍କୁ ଅସ୍ଥାୟୀ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ସନ୍ଧ୍ୟାରେ ମନ୍ଦିର ବେଢାରେ ପାଣି ପଶିଥିବା ବେଳେ ରାତି ଅଧରେ ମନ୍ଦିରରେ ଏକ ଫୁଟର ବନ୍ୟାଜଳ ପଶିଥିଲା।ପ୍ରତିଥର ପରି ଏଥର ମଧ୍ୟ ବନ୍ୟା ଜଳ ପଶିବାରୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରୁ ମା’ଙ୍କର ଚଳନ୍ତି ପ୍ରତିମାକୁ ସେବାକାରୀମାନେ ରତ୍ନଗିରି ପାହାଡ଼ରେ ଥିବା ମାଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ସକାଳୁ ପୂଜା ନୀତି କାନ୍ତି ଠିକ୍‌ ଭାବେ ଚାଲିଥିବା ବେଳେ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।

ସୁରକ୍ଷା ଦୃଷ୍ଟିରୁ ମା’ଙ୍କ ମନ୍ଦିରରେ ଲାଗିଥିବା ସମସ୍ତ କବାଟ ଖୋଲିଦିଆଯାଇଛି। ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ବନ୍ୟା ଜଳ ପ୍ରବେଶ କରିବା ସତ୍ତ୍ୱେ ଚଳିତ ଥର ଏପର୍ଯ୍ୟନ୍ତ ଭଟ୍ଟାରିକା ମନ୍ଦିର ନିକଟରେ ୧୪୪ ଧାରା ଲାଗୁ ହୋଇ ନ ଥିବା ଦେବୋତ୍ତର ବିଭାଗ ମୋହରି ମେଘନାଦ ସ୍ୱାଇଁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.