Odisha Link
Bridging the Missing Links in Odisha

ଛୋଟ ଅଧିବେଶନ କିନ୍ତୁ ଐତିହାସିକ: ମୋଦି

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ। ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି। ପାଖାପାଖି ୮ଟି ବିଲ୍‌ ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ କହିଛନ୍ତି, ଏହା ଛୋଟ ଅଧିବେଶନ କିନ୍ତୁ ସମୟ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ। ଏହା ଛୋଟ ହେଲେ କ’ଣ ହେବ ଏହି ଅଧିବେଶନ ଐତିହାସିକ ହେବ। ସମସ୍ତ ସାଂସଦ ଅଧିବେଶନକୁ ନେଇ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। କାନ୍ଦିବା ପାଇଁ ବହୁତ ସମୟ ଅଛି ତାହା ଜାରି ରଖନ୍ତୁ।

ଆଜିଠୁ ୨୨ ତାରିଖ ଯାଏଁ ୫ ଦିନ ଧରି ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିବ। ଏହି ସମୟରେ ସଂସଦର ୭୫ ବର୍ଷ ଯାତ୍ରା ସଂପର୍କରେ ଆଲୋଚନା ହେବ। ୧୯୪୬ ମସିହା ଡିସେମ୍ବର ୯ରେ ବସିଥିବା ସମ୍ବିଧାନ ସଭାର ପ୍ରଥମ ବୈଠକଠାରୁ ଆରମ୍ଭ କରି ସଂସଦର ଏପର୍ଯ୍ୟନ୍ତ ୭୫ ବର୍ଷର ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା ଆଦି ସଂପର୍କରେ ଆଲଚୋନା ହେବ।

ସରକାରୀ ସୂତ୍ରକୁ ଆଧାର କରି କିଛି ରିପୋର୍ଟ ମଧ୍ୟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ, ସରକାର ଦେଶର ନାଁକୁ ଇଣ୍ଡିଆରୁ କେବଳ ଭାରତ କରିବାକୁ ସ୍ୱତନ୍ତ୍ର ବିଲ୍‌ ଏହି ଅଧିବେଶନରେ ଆଣିବେ। ଏହାବାଦ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ମହିଳା ସଂରକ୍ଷଣ ବିଲ୍ ଓ ୟୁସିସି ବିଲ୍‌ ମଧ୍ୟ ଏହି ଅଧିବେଶନରେ ଆସି ପାରେ ବୋଲି କୁହାଯାଉଛି।

Leave A Reply

Your email address will not be published.