Odisha Link
Bridging the Missing Links in Odisha

ଆଜି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ, ଯୋଗଦେବେ ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ

ଓଏଲ୍‌ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି।

ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ, ବନ୍ଦ ହୋଇ ଯାଇଛି ପ୍ରାୟ ୪୦ଲକ୍ଷ ପିଲାଙ୍କ ପାଠ ପଢ଼ା। ତେବେ ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାର ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏନେଇ ଆଜି ଦିନ ୧ଟାରେ ଲୋକସେବା ଭବନରେ ବୈଠକ ବସିବ। ଅର୍ଥମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ହେବ। ପ୍ରାଥମିକ ଶିକ୍ଷକ ସଂଘର ସଦସ୍ୟ ଯୋଗଦେବେ।

ସୂଚନା ଅନୁସାରେ, ଆଜିକୁ ୧୦ଦିନ ହେବ ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଚାଲିଛି। ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପାଇଁ ସବୁ ଡିଇଓ, ବିଏଓଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ଲେଖିଥିଲେ। ବର୍ଷକୁ ୨୨୦ ଦିନ ସ୍କୁଲ ଆସିବା ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ। ଏହା ପୂରଣ ନହେଲେ ପରବର୍ତ୍ତୀ ସମୟରେ ଶିକ୍ଷକମାନେ ଭରଣା କରିବେ। ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତୁରନ୍ତ ଆନ୍ଦୋଳନ ବନ୍ଦ କରି କାମରେ ଯୋଗ ଦେବାକୁ ଅପିଲ କରିଥିଲେ।

Leave A Reply

Your email address will not be published.