Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲା: ଡିଜାଇନ ଚୂଡାନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ମାମଲାକୁ ନେଇ ଶୁଣାଣି କରାଯାଇଛି। ଆଇଆଇଟି ମାଡ୍ରାସରୁ ନାଟମଣ୍ଡପ ବିମ୍‌ ଡିଜାଇନ ମଗାଯାଇଛି ବୋଲି ଏଏସ୍‌ଆଇ କହିଛନ୍ତି। ଏନେଇ ଏଏସ୍‌ଆଇ କର୍ତ୍ତୃ୍ପକ୍ଷ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏହା ପରେ ଅକ୍ଟୋବର ୧୫ ସୁଦ୍ଧା ଡିଜାଇନ ଚୂଡାନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅକ୍ଟୋବର ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ହାଇକୋର୍ଟ ଅବଗତ କରାଇଛନ୍ତି।