Odisha Link
Bridging the Missing Links in Odisha

ତୀବ୍ର ହେଉଛି ଭାରତ-କାନାଡା ତିକ୍ତତା: ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ଅନ୍ୟାଦେଶ ଯାଏ ଭିସା ସେବା ଭାରତ ବାତିଲ୍ କରିଛି

ଓଏଲ୍‌ ବ୍ୟୁରୋ: ଭାରତ କାନାଡା ତିକ୍ତତା ତୀବ୍ର ହେବାରେ ଲାଗିଛି। ଭାରତ-କାନାଡା ମଧ୍ୟରେ କୂଟନୈତିକ ବିବାଦ ତୀବ୍ର ହେବା ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆତଙ୍କୀଙ୍କୁ ନେଇ ବିବାଦ ପରେ ଭାରତ ବଡ଼ ପଦକ୍ଷେପ ନେଇଛି। କାନାଡା ନାଗରିକଙ୍କ ଭିସା ଉପରେ ଭାରତ ରୋକ୍‌ ଲଗାଇଛି। ଅନ୍ୟାଦେଶ ଯାଏ ଭିସା ସେବା ଭାରତ ବାତିଲ୍ କରିଛି।

ଅନ୍ୟପଟେ, ଭାରତରେ ରହୁଥିବା ନିଜ ଦେଶର ନାଗରିକମାନଙ୍କ ଲାଗି ଆଡଭାଇଜରୀ ଜାରି କରିଛନ୍ତି କାନାଡା ସରକାର। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ଯା ଘଟଣାରେ ଭାରତର ସନ୍ଦିଗ୍ଧ ସମ୍ପୃକ୍ତିକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହେଉଥିବାରୁ ଏହି ଆଡଭାଇଜରୀ ଜାରି କରାଯାଇଛି। ଭାରତକୁ ଭ୍ରମଣ ଲାଗି ଆସୁଥିବା ପର୍ଯ୍ୟଟକଙ୍କ ଲାଗି କାନାଡା ପକ୍ଷରୁ ଜାରି କରାଯାଇଛି ଆଡଭାଇଜାରୀ।

ବିଶେଷ କରି ଭାରତ ଆସୁଥିବା କାନାଡା ନାଗରିକଙ୍କୁ ଯଥାସମ୍ଭବ ଜମ୍ମୁ କଶ୍ମୀର ଗସ୍ତକୁ ଟାଳିବାକୁ ପରାମର୍ଶ ଦେଇଛି କାନାଡା। ଏସବୁ ସ୍ଥାନରେ ଅପହରଣ, ଆତଙ୍କବାଦୀ ଆକ୍ରମଣ ଭୟ ଥିବା ବେଳେ ସ୍ଥିତି ସାମାନ୍ୟ ନ ଥିବା କାନାଡା ପକ୍ଷରୁ କୁହାଯାଇଛି। ମାତ୍ର କାନାଡା ପକ୍ଷରୁ ଜାରି ଆଡଭାଇଜରିରେ କେନ୍ଦ୍ରଶାସିତ ଲଦାଖର ନାମ ଉଲ୍ଲେଖ ନାହିଁ। ଦେଶବ୍ୟାପି ଆତଙ୍କୀ ହମଲା ହେବା ଆଶଙ୍କା ଥିବାରୁ ଏଥିପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବା ଲାଗି ପରାମର୍ଶ ଦିଆଯାଇଛି। ବିନା କାରଣରେ ଯାତ୍ରା ନ କରିବାକୁ କୁହାଯାଇଛି।

ସୂଚନା ଅନୁସାରେ, କାନାଡ଼ାର ଖଲିସ୍ତାନୀ ନେତା ହରିଦୀପ ସିଂ ନିଜାରଙ୍କ ହତ୍ୟା ପଛରେ ଭାରତର ସଂପୃକ୍ତି ନେଇ ଅଭିଯୋଗ କରିଥିଲା କାନାଡ଼ା। କାନାଡ଼ା ସଂସଦରେ ଟ୍ରୋଡୋ ଏଭଳି ତଥ୍ୟ ରଖିଥିଲେ। ତେବେ ଭାରତ ପକ୍ଷରୁ ଏଇ ଅଭିଯୋଗକୁ ମିଛ ଓ ଅବାସ୍ତବ ବୋଲି କୁହାଯାଇଛି। ତେବେ ଏ ଘଟଣାକୁ ନେଇ କାନାଡ଼ାରେ ଅବସ୍ଥାପିତ ବରିଷ୍ଠ କୁଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିଛି। ଏପଟେ କାନାଡ଼ାର ଏଭଳି ପଦକ୍ଷେପ ପରେ ତୁରନ୍ତ ପାଲଟା କାର୍ଯ୍ୟାନୁଷ୍ଠାନ ନେଇଥିଲା ଭାରତ। କାନାଡ଼ାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.