Odisha Link
Bridging the Missing Links in Odisha

ଲିକ୍‌ ହେଲା ଗ୍ୟାସ୍‌ ଟାଙ୍କି, ନିଆଁ ଲାଗି ୫ ଗୁରୁତର

ଓଏଲ୍‌ ବ୍ୟୁରୋ: ଯାଜପୁରରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଗ୍ୟାସ୍‌ ଟାଙ୍କି ଲିକ୍‌ ହୋଇଥିବା ଜଣା ପଡିଛି। ଗ୍ୟାସ୍‌ ଟାଙ୍କି ଲିକ୍‌ ହେବାରୁ ଘଟଣାସ୍ଥଳରେ ନିଆଁ ଲାଗିଥିଲା। ନିଆଁ ଲାଗି ୫ ଗୁରୁତର ହୋଇଥିବା ଜଣା ପଡିଛି। ପାଣିକୋଇଲି ଥାନା ବଡ଼ବିରୁହାଁ ଗାଁରେ ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ହୋଇଛି। ୫ ଜଣଙ୍କ ମଧ୍ୟରୁ ୨ ମହିଳାଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଠାକୁର ଘରେ ଦୀପ ଲଗାଇବା ବେଳେ ନିଆଁ ଲାଗିଯାଇଥିଲା।

Leave A Reply

Your email address will not be published.