Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ୪ ମାସ: ଏବେବି ଅପରିଚିତ ଅନେକ ମୃତଦେହ

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକ ୪ ମାସ ପୂରି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୮ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ତେବେ ଦୁର୍ଘଟଣାର ଏତେ ଦିନ ପରେ ବି ମୃତଦେହର ପରିଚୟ ନ ମିଳିବା ଚିନ୍ତାର ବିଷୟ ପାଲଟିଛି।

ଭୁବନେଶ୍ୱର ଏମ୍ସର ସୂଚନା ଅନୁସାରେ, ମୋଟ୍‌ ୮୧ଟି ମୃତଦେହ ଥିଲା, ଦାବିଦାର ଥିଲେ ୧୧୦ ଜଣ। ଡିଏନ୍‌ଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ୍‌ କଲା। ମ୍ୟାଚ୍‌ ହୋଇ ନଥିବା ୨୮ ମୃତଦେହ ଏମ୍‌ସରେ ସଂରକ୍ଷିତ ରହିଛି। ଦାବିଦାର ନଥିବା ମୃତଦେହର କ’ଣ କରାଯିବ, ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରେଳ ମନ୍ତ୍ରାଳୟ, ସିବିଆଇ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା ଭୁବନେଶ୍ୱର ଏମ୍‌ସ ସୁପରିଟେଣ୍ଡେଣ୍ଟ କହିଥିଲେ।

ସୂଚନାଥାଉକି, ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲୋପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍‌ ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍‌ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.