Odisha Link
Bridging the Missing Links in Odisha

ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ: ୮ ବର୍ଷରେ ଗଲାଣି ୬୯୮ ହାତୀଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଦୁଇ ଦିନର ବିରତି ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ପୁଣି ଆରମ୍ଭରୁ ଗୃହ ସରଗରମ ହୋଇଛି। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶଦ୍ଦ ବାଦ୍ ଦେବା ଦାବିରେ ହଟ୍ଟଗୋଳ ହୋଇଛି।

ଅନ୍ୟପଟେ, ବିଧାନସଭା ଆରମ୍ଭରୁ ପ୍ରଫୁଲ୍ଲ ସାମଲ ହାତୀ ମୃତ୍ୟୁକୁ ନେଇ ପ୍ରଶ୍ନ କରିଥିବାବେଳେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଉତ୍ତର ରଖିଥିଲେ। ରିପୋର୍ଟ ମୁତାବକ, ଗତ ୮ ବର୍ଷ ମଧ୍ୟରେ ୬୯୮ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୧୫-୧୬ରୁ ୨୦୨୩ ପର୍ଯ୍ୟନ୍ତ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି।

୮ ବର୍ଷ ମଧ୍ୟରେ ଓଡ଼ିଶାରେ ୭ ମହାବଳ ବାଘ ଜୀବନ ଯାଇଛି। ୮ ବର୍ଷରେ ୪୮ଟି କଲରାପତରିଆ ବାଘଙ୍କର ବି ଜୀବନ ଯାଇଛି। ରୋଗ, ବିଦ୍ୟୁତ, ରେଳ ଓ ସଡ଼କ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗରୁ ହାତୀମାନେ ଏଭଳି ମୃତ୍ୟୁର ଶିକାର ହୋଇଛନ୍ତି।

Leave A Reply

Your email address will not be published.