Odisha Link
Bridging the Missing Links in Odisha

ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି

ଓଏଲ୍‌ ବ୍ୟୁରୋ: ଦୁଇ ଦିନର ବିରତି ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ପୁଣି ଗୃହ ସରଗରମ ହୋଇଛି। ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶଦ୍ଦ ବାଦ୍ ଦେବା ଦାବିରେ ହଟ୍ଟଗୋଳ ହୋଇଛି।

ସେହିପରି ଆଜି ଅତିରିକ୍ତ ବଜେଟକୁ ଗୃହରୁ ଆଗତ କରାଯିବ ବୋଲି ଆଶା କରାଯାଉଥିବାବେଳେ ଗୃହରେ ଏହା ଉପରେ ଆଲୋଚନା ହେବା ସହିତ ବିଧେୟକ ଆଗତ କରାଯିବ। ଗତ ୨୨ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୮ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ।

ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.