କିଙ୍ଗ୍ ଖାଁଙ୍କୁ ମିଳିବ ୱାଇ ପ୍ଲସ୍ ସୁରକ୍ଷା, ପଦକ୍ଷେପ ନେଲେ ମହାରାଷ୍ଟ୍ର ସରକାର

ଓଏଲ୍ ବ୍ୟୁରୋ: ଶାହାରୁଖ ଖାଁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ଶାହାରୁଖଙ୍କୁ ମିଳିବ ୱାଇ ପ୍ଲସ୍ ସୁରକ୍ଷା।ଶାହାରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର। ୱାଇ ପ୍ଲସ୍ ସୁରକ୍ଷା ୬ଟି ପୁଲିସ୍ କମାଣ୍ଡୋଙ୍କୁ ନେଇ ଗଠିତ। ଏମପି-୫ ମେସିନ୍ ବନ୍ଧୁକ,ଏକେ ଆଟାକ୍ ରାଇଫଲ୍, ଗ୍ଲକ୍ ପିସ୍ତଲ ଇତ୍ୟାଦି ସହିତ ସେମାନଙ୍କ ସହ ରହିଛି।
ଏହି ଚାରିଜଣ ସଶସ୍ତ୍ର ପୁଲିସ ମଧ୍ୟ ଶାହାରୁଖଙ୍କ ବାସଭବନକୁ ସୁରକ୍ଷା ଦେବେ। ୬ ଜଣ ପୁଲିସ୍ କମାଣ୍ଡୋ ସବୁବେଳେ ଅଙ୍ଗରକ୍ଷୀ ଭାବରେ ରହିବେ। ସଶସ୍ତ୍ର ଅଙ୍ଗରକ୍ଷୀ ମହାରାଷ୍ଟ୍ର ପୁଲିସର ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ଅଧୀନରେ ଆସିଛି। ଶାହାରୁଖ ଖାନଙ୍କୁ ସାରା ଭାରତରେ ଏହି ସୁରକ୍ଷା ମିଳିବ। ମହାରାଷ୍ଟ୍ର ସରକାର ଏହି ସୁରକ୍ଷା ଯୋଗାଇ ଦେଇଛନ୍ତି।