ପରଲୋକରେ ପୂର୍ବତନ ଡିଜିପି ତଥା ଖ୍ୟାତନାମା ଲେଖକ ଶରତ ଚନ୍ଦ୍ର ମିଶ୍ର

ଓଏଲ୍ ବ୍ୟୁରୋ: ଆଉ ନାହାନ୍ତି ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର। ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଶ୍ରୀ ମିଶ୍ର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଏନେଇ ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି।
୧୯୫୯ ବ୍ୟାଚର ଆପିଏସ୍ ଅଫିସର ଥିଲେ ଶରତ ମିଶ୍ର। ଦୀର୍ଘଦିନ ଧରି ସେ ‘ର’ ପାଇଁ କାମ କରିଥିଲେ। ଚାକିରିରୁ ଅବସର ନେବା ପରେ ସେ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ। ତାଙ୍କ ଲେଖା ପାଇଁ ସେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।
ଶରତ ଚନ୍ଦ୍ର ମିଶ୍ରଙ୍କର ମରଶରୀରକୁ ପ୍ରଥମେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲକୁ ନିଆଯିବ। ତାପରେ ତାଙ୍କର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯିବ। ସେଠାରେ ମଧ୍ୟାହ୍ନ ୧୨ଟା ଯାଏ ଅନ୍ତିମ ଦର୍ଶନ ଲାଗି ରଖାଯିବ। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।