Odisha Link
Bridging the Missing Links in Odisha

ଓଲଟିଲା ଗୋରୁ ବୋଝେଇ ଟ୍ରେଲର, ଚାଲିଗଲା ୪ ଜୀବନ

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ବୋଝେଇ ଟ୍ରେଲରଟି ବରଗଡ଼ରୁ ସମ୍ବଲପୁର ଯାଉଥିଲା। ସେହି ସମୟରେ କଟାପାଲି ନିକଟରେ ଏକ ଗୋରୁ ବୋଝେଇ ଟ୍ରେଲର ଓଲଟି ପଡ଼ିଛି। ଗୋରୁ ବୋଝେଇ ଟ୍ରେଲର ଓଲଟି ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ୨ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ କିଛି ଗୋରୁ ମଧ୍ୟ ମରିଥିବା ସୂଚନା ରହିଛି।

Leave A Reply

Your email address will not be published.