ଆୟ ବହିର୍ଭୂତ ସଂପତ୍ତି ପଡ଼ିଲା ମହଙ୍ଗା, ଗିରଫ ହେଲେ ବିଇଓ ଅଫିସ୍ର ଜେଇ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଅଫିସର ଜଣକ ହେଉଛନ୍ତି ଅନୁଗୁଳ ପାଲଲହଡ଼ା ବିଇଓ ଅଫିସ୍ର ଜେଇ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜେଇ ପ୍ରସନ୍ନ କୁମାର ପାଣି ଗିରଫ ହୋଇଥିବା ସୂଚନା ରହିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜେଇଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଆସନ୍ତାକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। କାଲି ରେଡ୍ ବେଳେ ଜେଇଙ୍କ ବିପୁଳ ସଂପତ୍ତି ଠାବ ହୋଇଥିଲା। ମୋଟ୍ ୨୬ଟି ପ୍ଲଟ, ୬୪ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା। ୮୩୨ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୩.୩୩ ଲକ୍ଷ ମଧ୍ୟ ଠାବ ହୋଇଥିଲା।