ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ, ସହରକୁ ଜଗିବେ ୩୧ ପ୍ଲାଟୁନ ଫୋର୍ସ

ଓଏଲ୍ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ଦୁର୍ଗାପୂଜା ଆରମ୍ଭ ହେବାକୁ ଥିବାବେଳେ ଏନେଇ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ପାର୍ବଣ ସମୟରେ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ କମିଶନରେଟ୍ ପୁଲିସ ମଧ୍ୟ ପ୍ରସ୍ତୁତି ହୋଇଛି। ପୂଜା ସମୟରେ ଭୁବନେଶ୍ୱରକୁ ଜଗିବେ ୩୧ ପ୍ଲାଟୁନ ଫୋର୍ସ। ଏନେଇ ପ୍ରେସମିଟ୍ରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ୧୨ ଅତିରିକ୍ତ ଡିଏସ୍ପି, ୨୩ ଏସିପି, ୪୧ ଇନ୍ସପେକ୍ଟର ନିୟୋଜିତ ହେବେ। ସହରକୁ ୩ଟି ସେକ୍ଟରରେ ଭାଗ କରାଯାଇ ମୋବାଇଲ୍ ପାଟ୍ରୋଲିଂ ଚାଲିଛି। ୬ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲିଛି, ଷ୍ଟ୍ରାଇକିଂ ଫୋର୍ସ ବି ଅଛନ୍ତି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।