Odisha Link
Bridging the Missing Links in Odisha

ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଟେଷ୍ଟ, ଆରମ୍ଭ ହୋଇଛି ଟ୍ରେନିଂ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ କରାଯିବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ ହେବ। କ୍ୟାପିଟାଲ ହସ୍ପିଟାଲ ଓଟିରେ ନାର୍କୋ ପରୀକ୍ଷା କରାଯିବ। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ମାନସିକ ରୋଗ ବିଶେଷଜ୍ଞ ଆଜି ଟ୍ରେନିଂ ପାଇଁ ଯାଇଛନ୍ତି।

ଆସନ୍ତାମାସରୁ ଟେଷ୍ଟ ହୋଇପାରିବ ଏବଂ ଏଥିପାଇଁ ଉପକରଣ ଆସିସାରିଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ତେବେ ରାଜ୍ୟରେ ନାର୍କୋ ଆନାଲିସିସ ଟେଷ୍ଟ ହେଲେ ଓଡିଶା ପୁଲିସ ବିଭାଗ ତଥା ବିଭିନ୍ନ କେସର ସହଜ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।