Odisha Link
Bridging the Missing Links in Odisha

ଶେଷ ହେଲା ଦଶହରା, ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ତେବେ ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେବ। ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ସମୟରେ ମହାପ୍ରଭୁ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି। ସେହିପରି ଏହି ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ।

ଅନ୍ୟପଟେ, ଦୁର୍ଗାପୂଜା ଶେଷ ହୋଇଥିବାବେଳେ ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି।