Odisha Link
Bridging the Missing Links in Odisha

ଗୁଗୁଲ୍‌ ମ୍ୟାପ୍‌ରେ ବଦଳିଲା ଦେଶର ନାଁ, ସର୍ଚ୍ଚ କଲେ ଆସୁଛି ଏଭଳି…

ଓଏଲ୍‌ ବ୍ୟୁରୋ: ନିକଟରେ କେନ୍ଦ୍ର ସରକାର ଦେଶର ନାମ ‘ଇଣ୍ଡିଆ’ରୁ ‘ଭାରତ’ କରିବାକୁ ସଙ୍କେତ ଦେଇ ସାରିଛନ୍ତି। ହେଲେ ସରକାରୀସ୍ତରରେ ଦେଶର ନାମ ‘ଇଣ୍ଡିଆ’ରୁ ‘ଭାରତ’କୁ ପରିବର୍ତ୍ତନ କରାଯାଇନାହିଁ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏଥିସହିତ ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏସବୁ ମଧ୍ୟରେ ଆଉ ଏକ ରୋଚକ କଥା ଦେଖିବାକୁ ମିଳିଛି।

ବର୍ତ୍ତମାନ ଗୁଗୁଲ ମ୍ୟାପ୍‌ ‘ଇଣ୍ଡିଆ’ ଓ ‘ଭାରତ’ ଦୁଇଟି ନାମକୁ ସ୍ବୀକାର କରିଛି। ବାସ୍ତବରେ ଆପଣ ଯଦି ଗୁଗୁଲ୍ ମ୍ୟାପ୍‌ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ‘ଦକ୍ଷିଣ ଏସିଆର ଏକ ଦେଶ’ ସହିତ ଏକ ତ୍ରିରଙ୍ଗା ପତାକା ଦେଖିବାକୁ ପାଇବେ। ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖନ୍ତୁ ଏଥିରେ କିଛି ଫରକ ପଡ଼ିବ ନାହିଁ।

ଗୁଗୁଲ୍ ମ୍ୟାପ୍ ଉଭୟ ‘ଇଣ୍ଡିଆ’ ଏବଂ ଭାରତକୁ ‘ଦକ୍ଷିଣ ଏସିଆର ଏକ ଦେଶ’ ଭାବରେ ସ୍ୱୀକୃତି ଦେଇଛି। ତେଣୁ, ଯଦି ଉପଭୋକ୍ତାମାନେ ଗୁଗୁଲ୍‌ ମ୍ୟାପ୍‌ରେ ଭାରତର ଅଫିସିଆଲ୍ ମାନଚିତ୍ର ଦେଖିବାକୁ ଚାହାଁନ୍ତି, ତେବେ ସେମାନେ ଇଂରାଜୀ କିମ୍ବା ହିନ୍ଦୀରେ ‘ଇଣ୍ଡିଆ’ କିମ୍ବା ‘ଭାରତ’ ଲେଖି ଏହାକୁ ସର୍ଚ୍ଚ କରିପାରିବେ।

ସେହିପରି ଯଦି ଆପଣ ଗୁଗୁଲ୍ ମ୍ୟାପ୍‌ରେ ହିନ୍ଦୀ ସଂସ୍କରଣରେ ଭାରତ ଟାଇପ୍ କରନ୍ତି, ତେବେ ଆପଣ ଭାରତର ମାନଚିତ୍ର ସହିତ ବୋଲ୍ଡରେ ‘ଭାରତ’ ଲେଖାଥିବା ଦେଖିବେ। ଏଥି ସହିତ, ଯଦି ଆପଣ ଗୁଗୁଲ୍ ମ୍ୟାପ୍‌ର ଇଂରାଜୀ ସଂସ୍କରଣକୁ ଯାଇ ଭାରତ ଲେଖନ୍ତି, ତେବେ ଆପଣ ଦେଶର ମାନଚିତ୍ର ସହିତ ‘ଇଣ୍ଡିଆ’ ଲେଖା ହୋଇଥିବା ଦେଖିବେ। ତେବେ ଏହି ନାମ ପରିବର୍ତ୍ତନକୁ ନେଇ ଏପର୍ଯ୍ୟନ୍ତ ଗୁଗୁଲ୍‌ ପକ୍ଷରୁ କୌଣସି ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟ୍‌ ଆସିନାହିଁ।

Leave A Reply

Your email address will not be published.