Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ଟ୍ରେନ ଟ୍ରାଜେଡି: ସରିଲା ଟ୍ରାକ୍‌ ମରାମତି, ଗଡ଼ିଲା ଏକ୍ସପ୍ରେସ ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାରେ ରବିବାର ରାତିରେ ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏପର୍ଯ୍ୟନ୍ତ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ରେଳ କର୍ମଚାରୀ ରହିଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରୁ ଏଯାଏ ୧୨ ଜଣଙ୍କର ପରିଚୟ ମିଳିଛି। ଅନ୍ୟ ଜଣେ ଯାତ୍ରୀଙ୍କର ଏଯାଏଁ ପରିଚୟ ମିଳିପାରିନାହିଁ। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ କେହି ନଥିବା ସୂଚନା ରହିଛି।

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍‌ ମରାମତି କାର୍ଯ୍ୟ ଶେଷ ହୋଇଛି। ଟ୍ରାକ୍‌ ମରାମତି କାର୍ଯ୍ୟ ଶେଷ ହେବା ପରେ ଗଡ଼ିଲା ଟ୍ରେନ୍‌। ଅପ୍‌ ଲାଇନ୍‌ରେ ଟ୍ରାଏଲ୍‌ ରନ୍‌ ପରେ ଏକ୍ସପ୍ରେସ ଟ୍ରେନ୍‌ ଗତିଥିବା ସୂଚନା ରହିଛି। ମରାମତି ପରେ ୨ଟା ୩୬ରେ ପ୍ରଶାନ୍ତି ଏକ୍ସପ୍ରେସ୍‌ ଚାଲିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ, ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର କାରଣ ଖୋଜା ଚାଲିଥିବାବେଳେ ରେଳ ବିଭାଗ ପ୍ରାଥମିକ ତଦନ୍ତ ରିପୋର୍ଟ ଦେଇଛି। ରେଳ ବିଭାଗର ତଦନ୍ତକୁ ଆଧାର କରି ବିଜୟନଗର ପ୍ରଶାସନ ସୂଚନା ଦେଇ କହିଛନ୍ତି ଯେ, ରାୟଗଡ଼ ବିଶାଖାପାଟଣା ଲୋକୋ ପାଇଲଟଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି। ରେଡ୍ ସିଗନାଲ ପାଇ ଟ୍ରାକ ଉପରେ ଅଟକି ଥିଲା ପଲାସା ପାସେଞ୍ଜର ଟ୍ରେନ।

ରାୟଗଡ଼ା ବିଶାଖାପାଟଣା ପାସେଂଜରକୁ ମଧ୍ୟ ରେଡ୍ ସିଗନାଲ ଦିଆଯାଇଥିଲା। ରେଡ୍ ସିଗନାଲକୁ ଅଣ ଦେଖା କରିଥିଲେ ରାୟଗଡ଼ା ଲୋକୋ ପାଏଲଟ। ଦ୍ରୁତ ଗତିରେ ପଲାସା ପାସେଞ୍ଜରକୁ ରାୟଗଡ଼ା ପାସେଞ୍ଜର ପିଟିଥିଲା। ଏହା ଏକ ମନୁଷ୍ୟକୃତ ତ୍ରୁଟି ବୋଲି ରେଳ ବିଭାଗ ତଦନ୍ତରୁ ଜଣାପଡ଼ିଛି।

Leave A Reply

Your email address will not be published.