Odisha Link
Bridging the Missing Links in Odisha

ଦୁର୍ଘଟଣାର ୨୦ ଘଣ୍ଟା ପରେ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାର ୨୦ ଘଣ୍ଟା ପରେ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍। ଅପ୍‌ ଲାଇନ୍‌ରେ ଟ୍ରାଏଲ୍‌ ରନ୍‌ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍‌। ମରାମତି ପରେ ଅର୍ଥାତ ଅପରାହ୍ନ ୨ଟା ୩୬ ମିନିଟ୍‌ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍‌। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା ଦେଇଛି।

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ମରାମତି କାମ ଚାଲିଛି। ଟ୍ରାକ୍‌ ଉପରେ ପଡ଼ିଥିବା ବଗି ଗୁଡ଼ିକୁ ହଟା ଯାଉଛି। ଏଥିସହ ଟ୍ରାକ୍‌ ମରାମତି ଓ ବଦ୍ୟୁତ୍‌ କନେକସନ୍‌ ଦିଆଯାଉଛି। ମରାମତି କାମରେ ୯୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅପରାହ୍ଣ ଅପରାହ୍ନ ୨ଟା ୩୬ ୪ଟାରେ ଟ୍ରାକ୍‌ ମରାମତି କାମ ସରିଲା। ଟ୍ରାକ୍‌ ମରାମତି ପରେ ପ୍ରଥମେ ଟ୍ରାଏଲ୍‌ ହେଲା। ତା’ପରେ ପ୍ରଶାନ୍ତି ଏକ୍ସପ୍ରେସ ଯାଇଛି।

ସୂଚନାଥାଉକି, ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର। ଦୁର୍ଘଟଣା ପରେ ପଲାସା ପାସେଞ୍ଜର କିଛି ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲେ। ସେହି ଟ୍ରାକ୍‌ରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ପାଲାସା ପାସେଞ୍ଜ ବଗିକୁ ଧକ୍କା ଦେଇଥିଲେ। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.